Sunday, July 29, 2018

ଖାତାରେ ରଖନ୍ତୁ ଏତିକି ମିନିମମ ବାଲାନ୍ସ ! ଯାହାଦ୍ୱାରା ଆପଣଙ୍କୁ ଆଉ ବ୍ୟାଙ୍କକୁ ଦେବାକୁ ପଡବନି ଜରିମାନା

ଖାତାରେ ରଖନ୍ତୁ ଏତିକି ମିନିମମ ବାଲାନ୍ସ ! ଯାହାଦ୍ୱାରା ଆପଣଙ୍କୁ ଆଉ ବ୍ୟାଙ୍କକୁ ଦେବାକୁ ପଡବନି ଜରିମାନା ଯଦି ଆପଣ କୌଣସି ବ୍ୟାଙ୍କରେ ସେଭିଂ ଆକାଉଂଟ ଖୋଲିଛନ୍ତି ତେବେ ଆପଣଙ୍କୁ ଜ୍ଞାନ ଥିବା ଦରକାର କି ବ୍ୟାଙ୍କ ଆପଣଙ୍କ ଖାତାରେ ନିର୍ଧାରିତ ମିନିମମ ଆକାଉଂଟ ନହେବା ଉପରେ ଆପଣଙ୍କଠାରୁ କେତେ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି । ଆଉ ଏହି ତାଲିକାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ଭଳି ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗତବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଏସବିଆଇ ନିଜ ଗ୍ରାହକଙ୍କଠାରୁ ମିନିମମ ବାଲାନ୍ସ ମେଂଟେନ କରିବା ଉପରେ ପାଖାପାଖି ୧୭୭୧ କୋଟି ଟଙ୍କା ଆଦାୟ କରିଛି । ଏଥିପାଇଁ ଆପଣଙ୍କୁ ଜାଣିବା ବହୁତ ଜରୁରୀ କି , ଆପଣଙ୍କୁ ଆପଣଙ୍କ ଖାତାରେ ମିନିମମ ବାଲାନ୍ସ କେତେ ରଖିବା ଦରକାର । ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଆପଣ ଆପଣଙ୍କ ଖାତାରେ ଅତି କମରେ କେତେ ଟଙ୍କା ରଖିବେ , ଯାହାଦ୍ୱାରା ଆପଣଙ୍କୁ ଆଉ ଜରିମାନା ଦେବାକୁ ଯେପରି ନପଡେ ।
ଏସବିଆଇ
ଏସବିଆଇ ଉଭୟ ସହର ଏବଂ ଗ୍ରାମାଂଚଳ ଏବଂ ଅର୍ଦ୍ଦସହରୀ ଶାଖାଗୁଡିକ ପାଇଁ ମିନିମମ ବାଲାନ୍ସ ନିର୍ଧାରିତ କରିଛି । ମେଟ୍ରୋ ସହର- ୩୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ ଟଙ୍କା ଆପଣଙ୍କ ଖାତାରେ ରହିଛି ତେବେ ଏଥିପାଇଁ ଆପଣଙ୍କୁ ୧୦ରୁ ୧୫ ଟଙ୍କାର ଜରିମାନା ଏବଂ ଜିଏସଟି ମଧ୍ୟ ଲାଗିବ ।

Friday, July 27, 2018

ଦେଶର ବିଭିନ୍ନ ଭାଗରେ ଦୃଶ୍ୟମାନ ହେଲା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ : ରାତି ୧୧ଟା ୫୪ରେ ୧ ଘଂଟା ୪୩ ମିନିଟ ପର୍ଯ୍ୟନ୍ତ ଆକାଶରୁ ହଜିଗଲା ଜହ୍ନ  ବଲ୍ୟାମଙ୍ଗଳା ଟେନ୍ଟ ହାଉସ :ଯେଉଁ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ତାହାର ପରି ସମାପ୍ତି ହୋଇଛି । ଅର୍ଥାତ ଚଳିତ ବର୍ଷର ଦୀର୍ଘତମ ଚନ୍ଦ୍ରଗ୍ରହଣ ଗତକାଲି ଦୃଶ୍ୟମାନ ହୋଇଛି। ରାତି ୧୦ଟା ୪୪ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବା ପରେ ଗ୍ରହଣ ଲାଗିଥିଲା। ରାତି ୧୧ଟା ୫୪ରେ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ ଆରମ୍ଭ କରିବା ପରେ ଲୋକମାନେ ଏହାକୁ ଖାଲି ଆଖିରେ ଦେଖିବାର ସୁଯୋଗ ପାଇଥିଲେ। ରକ୍ତବର୍ଣ୍ଣ ଚନ୍ଦ୍ର ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥିବା ଦେଖିବାକୁ ମିଳିଥିଲା। ତେବେ ଆକାଶ ମେଘାଚ୍ଛନ୍ନ ଥିବାରୁ ରାଜ୍ୟର କେତେକ ସ୍ଥାନରେ ଲୋକମାନେ ଏହାକୁ ଦେଖିବାର ସୁଯୋଗ ପାଇ ନ ଥିଲେ। ଅପରପକ୍ଷରେ ଚନ୍ଦ୍ରଗ୍ରହଣ ପାଇଁ ଆଜି ଅପରାହ୍ଣ ୨ଟା ୫୪ ମିନିଟ୍ରୁ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିଥିଲା। ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚନ୍ଦ୍ର ପୃଥିବୀର ଛାୟା ପଥରେ ପ୍ରବେଶ କରିବା ପରେ ରାତି ୧ଟା ସମୟରେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦେଇଥିଲା। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ମଧ୍ୟରାତ୍ରି ୧ଟାରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ୍ ପର୍ଯ୍ୟନ୍ତ, ପ୍ରାୟ ଏକ ଘଣ୍ଟା ୪୩ମିନିଟ୍ ଧରି ଚାଲିଥିଲା। ଛାଇ କ୍ରମଶଃ ଅପସାରିତ ହୋଇ ଭୋର୍ ୩ଟା ୫୦ ମିନିଟ୍ ସମୟରେ ଚନ୍ଦ୍ର ପୂରା ଛାୟାରୁ ବାହାରି ଯାଇଥିଲା।  ଏଥିସହ ମଙ୍ଗଳ ଗ୍ରହ ମଧ୍ୟ ପୃଥିବୀର ଖୁବ୍ ନିକଟକୁ ଆସିବା ସହ ସନ୍ଧ୍ୟାରେ ଚନ୍ଦ୍ର ତଳେ ଉଜ୍ଜ୍ୱଳ ତାରା ଭଳି ଦୃଶ୍ୟମାନ ହୋଇଥିଲା। ସାରା ରାତି ଏହା ଦେଖିବାକୁ ମିଳିଥିଲା। ମଙ୍ଗଳ ଗ୍ରହ ୨୦୦୩ ମସିହା ପରେ ପୃଥିବୀର ସବୁଠୁ ନିକଟକୁ ଆସିଥିଲା। ୭୮୦ ଦିନରେ ଥରେ ପୃଥିବୀ ମଙ୍ଗଳ ଗ୍ରହକୁ ଅତିକ୍ରମ କରିଥାଏ। ସେହି ସମୟରେ ଗ୍ରହ ଦୁଇଟି ନିକଟତର ହୁଅନ୍ତି। ପୃଥିବୀର ଖୁବ୍ ନିକଟକୁ ଆସିବାକୁ ଥିବାରୁ ମଙ୍ଗଳ ଗ୍ରହ ଖାଲି ଆଖିକୁ ଉଜ୍ଜ୍ୱଳ ଲାଲ ରଙ୍ଗର ତାରା ଭଳି ଦେଖାଯାଇଥିଲା। ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସର ପ୍ରତ୍ୟେକ ରାତିରେ ମଙ୍ଗଳ ଗ୍ରହ ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଉଦୟ ହୋଇ ଧୀରେଧୀରେ ଉପରକୁ ଉଠି ମଧ୍ୟରାତ୍ରି ବେଳକୁ ମୁଣ୍ଡ ଉପର ହୋଇ ପାହାନ୍ତିଆ ବେଳକୁ ପଶ୍ଚିମରେ ଅସ୍ତ ହେବ। ସେ ଆହୁରିମଧ୍ୟ କହିଥିଲେ ଯେ, ଆସନ୍ତା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ୨୧୨୩ ମସିହା ଜୁନ୍ ମାସ ୯ ତାରିଖରେ ସଂଘଟିତ ହେବ। ସେତେବେଳେ ପୂର୍ଣ୍ଣ ଚନ୍ଦ୍ର ଏକ ଘଣ୍ଟା ୪୬ମିନିଟ୍ ଧରି ଦୃଶ୍ୟମାନ ହେବ। ମଧ୍ୟ ରାତ୍ରରେ ଗ୍ରହଣ ଲାଗୁଥିବାରୁ ପ୍ଲାନେଟାରିୟମ୍ ଏଥିପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନଥିଲା । ତେବେ ଲୋକଙ୍କ ପାଇଁ ପ୍ଲାନେଟାରିୟମ୍ ୪ଟି ସୋ’ରେ ଗ୍ରହଣ ସଂପର୍କିତ ସମସ୍ତ ସୂଚନା ଦିଆଯାଇଥିଲା। ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା। ସେହିପରି ସଂଧ୍ୟା ୬ଟାରୁ ୭ଟା ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ସମ୍ମିଳନୀ ହୋଇଥିଲା। ସାମନ୍ତ ଚନ୍ଦ୍ରଶେଖର ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ପରିଷଦ ପକ୍ଷରୁ ଏହା ଅନୁଷ୍ଠିତ ହୋଇଥିଲା। ଗ୍ରହଣ ସମୟରେ ଖାଦ୍ୟ ଖାଇବା ଓ ପୂଜାର୍ଚନା ନେଇ ଲୋକମାନେ ଯେଉଁ ପ୍ରଶ୍ନ କରିଥିଲେ ତାହାର ଉତ୍ତର ଲୋକମାନଙ୍କୁ ଦିଆଯାଇଥିଲା। ଶହେରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।